*ସମ୍ବିଧାନ ସୁରକ୍ଷା ମଞ୍ଚ ଓ ପାୱାର ଅଫ ଦୀବ୍ୟାଙ୍ଗ ଆନୁକୂଲ୍ୟରେ ନୁଆଁଖାଇ ଯୋଟ ଯାଟ ପାଳିତ*।
ବରଗଡ- ଅଦ୍ୟ ତାରିଖ ୧.୯.୨୦୨୪ ରବିବାର ଦିନ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଶ୍ରୀ ପଵିତ୍ର ଦେହରୀଙ୍କ ସଭାପତିତ୍ୱରେ ସମ୍ବିଧାନ ସୁରକ୍ଷା ମଞ୍ଚ ଓ ପାୱାର ଅଫ ଦୀବ୍ୟାଙ୍ଗ ଆନୁକୂଲ୍ୟରେ ନୁଆଁଖାଇ ଯୋଟ ଯାଟ ପାଳନ କରା ଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ,ସମାନ୍ନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ମାନିନୀ ଭୋଇ,ସମାଜସେବୀ ସରଦାର ପ୍ରୀତମ ସିଂ,ସମାଜସେବୀ ଚନ୍ଦ୍ରଶେଖର ବାଗ,ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ସାହୁ ଶ୍ରୀ ପ୍ରମୋଦ ଅଗ୍ରୱାଲ, ପାୱାର ଅଫ ଦୀବ୍ୟାଙ୍ଗର ଉପାଧ୍ୟକ୍ଷ ଶ୍ରୀ ଅଶୋକ ଅଗ୍ରୱାଲ,ବରିଷ୍ଠ ସଦସ୍ୟା ଶ୍ରୀମତୀ ମଞ୍ଜୁ ଲତା ଦାଶ, ସମ୍ବିଧାନ ସୁରକ୍ଷା ମଞ୍ଚର ଉପ-ସଭାପତି ଶ୍ରୀ ଏମ.ଡ଼ି. ଅଲିମ ରଜବି ମଞ୍ଚାସିନ ଥିଲେ।
ନୁଆଁଖାଇ ପୂର୍ବରୁ ଗରିବ, ଅସହାୟ ଏବଂ ଦିବ୍ୟଙ୍ଗ ମାନଙ୍କୁ ସେମାନେ କିପରି ଆସନ୍ତା ୮ସେପ୍ଟେମ୍ବର ୨୦୨୪ରେ ନୁଆଁ ଖାଦ୍ୟ, ନୁଆଁ ବସ୍ତ୍ର,ନୁଆଁ ଧୁତି ଶାଢ଼ୀ ପିନ୍ଧି ପାରିବେ ବୋଲି ତାଙ୍କ ପାଇଁ ଅଢ଼ିଆ ସମାଜର ବିଭିନ୍ନ ବର୍ଗର ଶୁଭେଚ୍ଛୁ ବ୍ୟକ୍ତି ମାନଙ୍କ ଠାରୁ ସଂଗ୍ରହ କରି ଗରିବ ମାନଙ୍କୁ ଦେବାର ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ଦୀର୍ଘ 9 ବର୍ଷ ଧରି ଚାଲୁଅଛି।ସମସ୍ତ ମଞ୍ଚାସିନ ଅତିଥିମାନେ ଏହିପରି ପବିତ୍ର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ କୁ ସଫଳ କରିବାରେ,ବ୍ଲକ ସଭାପତି ସଜନ ତାଣ୍ଡି,ନଗର ସଭାପତି ଅନୋଜ ଭାଇନା,ମହିଳା ମୋର୍ଚ୍ଚାର ଶକୁନ୍ତଳା ସୁନା,ସୁଜାତା କେର୍କେଟା,ରାଜକୁମାର ବଛୋର, ଶ୍ରୀମତୀ ମାମୀ ମିଶ୍ର, ଶ୍ରୀମତୀ ରାଧାରାଣୀ ମିଶ୍ର,ଶ୍ରୀମତୀ ହରଜୀନ୍ଦର କୌର,ଶ୍ରୀମତୀ ମନ୍ଦାକିନୀ ପତି,ଶ୍ରୀମତୀ ପ୍ରଣତି ପଣ୍ଡା,ଶ୍ରୀମତୀ ପୁଷ୍ପାଞ୍ଜଳି ଷଡଙ୍ଗୀ ସହଯୋଗ କରିଥିଲେ।