ବରଗଡ଼ ବିକାଶ ମଞ୍ଚ ର ଆଲୋଚନା ଚକ୍ର
~~~~~~~~~~~~~~~~~~~~
ବରଗଡ଼ ଆଜି ତା: ୨୩.୦୯.୨୦୨୪ ସୋମବାର ଦିନ ୱ।ର୍ଡ ନଂ ୧୬ ଶାନ୍ତି ନଗରସ୍ଥିତ ଗୋବିନ୍ଦ ଦାଶ ଙ୍କ ବାସଭବନରେ ବରଗଡ଼ ବିକାଶ ମଞ୍ଚର ଏକ ଆଲୋଚନା ଚକ୍ର ସର୍ଦାର ପ୍ରୀତମ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଯଥା-୧)ଜିଲ୍କା ମୁଖ୍ୟ ଚିକିତ୍ସାଧିକାରୀଂକୁ ଭେଟି ଡାକ୍ତରଖାନାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ୨)ପୌର ପରିଷଦର ପୌରାଧ୍ୟକ୍ଷା
ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଂକ ସହ ବରଗଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ପ୍ରସଂଗରେ ବିସ୍ତୃତ ଭାବରେ ସମସ୍ତ ସଦସ୍ୟ ମତାମତ ରଖିଥିଲେ ।
ଏହି ବୈଠକରେ ସଂପାଦକ ଅଭିଜିତ ପ୍ରତିହାର, ସହ-ସଂପାଦକ ମନୋରଞ୍ଜନ ପୂଜାରୀ, ଗୋବିନ୍ଦ ଦାଶ, ଜୟଶ୍ରୀ ଦାଶ,ତୁଳସୀ ଚରଣ ଦାଶ, ଦେବୀ ପଟ୍ଟନାୟକ, ରାମକୃଷ୍ଣ ମେହେର, ନୂତନ ସଦସ୍ୟ ଅଶୋକ କୁମାର ମହାପାତ୍ର ଓ ଆହୁରି ଅନେକ ଯୋଗ ଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ ।
ଶେଷରେ ଶ୍ରୀ ମନୋରଂଜନ ପୁଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
--------×××--------
Tags
BARGARH NEWS