ସ୍ୱାଧୀନତା ଦିବସ ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କଲା ଇନର ହୁଇଲ୍ କ୍ଲବ୍ ଅଫ ବରଗଡ଼ ସେଣ୍ଟ୍ରାଲ
ସ୍ୱାଧୀନତା ଦିବସ ଉପଲକ୍ଷେ ୱାର୍ଡ ନ ୫ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ହିନ୍ଦୀ ବିଭାଗ ଠାରେ ଇନର୍ ହୁଇଲ୍ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିବା ବେଳେ ୭୮ ତମ ସ୍ବାଧିନତା ଦିବସ ରେ ଇନର ହୁଇଲ୍ କ୍ଲବ୍ ର ସମସ୍ତ ସଦସ୍ୟା ଉକ୍ତ ବିଦ୍ୟାଳୟ ରେ
ଉପସ୍ଥିତ ରହି ସ୍ଵାଧୀନତା ଦିବସ ପାଳନ କରିବା ସହ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ ଓ ଗୀତା ଶ୍ଳୋକ ଆବୃତ୍ତି ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ଏଥି ସହିତ ବିଦ୍ୟାଳୟ ପାଇଁ ୪ ଟି ସିଲିଂ ଫ୍ୟାନ ମଧ୍ୟ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାଥୁଆ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ରୁକ୍ମଣ ମହାପାତ୍ର ,ଇନର ହୁଇଲ୍ କ୍ଲବ୍ ର ଅଧ୍ୟକ୍ଷା ଭାବନା ଅଗ୍ରୱାଲ,ସମ୍ପାଦିକା ଅଫସାନା ଲୋଧି ଆ ,ଯୁଗ୍ମ ସମ୍ପାଦକ ପିଙ୍କି ବଗର୍ତ୍ତି ,ଉପ ସଭା ନେତ୍ରୀ ଗୀତାଞ୍ଜଳି ମେହେର, କୋଷାଧ୍ୟକ୍ଷା ସ୍ଵେତା ମିତ୍ତଲ୍
ଆରତୀ ତୋମର, ବିନୀତ ଅଗ୍ରୱାଲ,
ଅଞ୍ଜୁ ଦଣ୍ଡସେନା ,ନିଶା ଲାଠ,ସନ୍ତୋଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ କରିଥିଲେ ।