ଜାତୀୟ ହୁଇଲ ଚେୟାର କ୍ରିକେଟ ଚାମ୍ପିଅନସିପ ରେ ବରଗଡ଼ ର ଶ୍ରୀ ତରଣୀ ସୁନା (ଦିବ୍ୟାଙ୍ଗ) ଙ୍କ ଗୁଆଲିୟର ଗସ୍ତ
ବରଗଡ଼ ତା.୦୪.୦୨.୨୦୨୫: ଆସନ୍ତା ତା.୦୫.୦୨.୨୦୨୫ ରୁ ତା. ୧୫.୦୨.୨୦୨୫ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶ ର ଗୁଆଲିୟର ଠାରେ ହୁଇଲ ଚେୟାର କ୍ରିକେଟ ଚାମ୍ପିଅନସିପ ଅନୁଷ୍ଠିତ ହେବ I ଏଥିରେ ୧୮ ଟି ରାଜ୍ୟର ହୁଇଲ ଚେୟାର କ୍ରିକେଟ ଦଳ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି I କେନ୍ଦୁଝର ର ଦିବ୍ୟାଙ୍ଗ ଯୁବ ଖେଳାଳି ଅଭୟ କୁମାର ଜେନାଙ୍କ ନେତୃତ୍ବ ର୧୪ ଜଣିଆ ଓଡ଼ିଶା ହୁଇଲ ଚେୟାର କ୍ରିକେଟ ଦଳ ଆଜି ଟ୍ରେନ ଯୋଗେ ଗୁଆଲିୟର ଅଭିମୁଖେ ଯାତ୍ରା କରିଛନ୍ତି I ଓଡ଼ିଶା ଦଳରେ ବରଗଡ଼ ଜିଲ୍ଲାର ଏକ ମାତ୍ର ଖେଳାଳି ଭାବେ ଅଡ଼ଗାଁ ସହରାପାଲି ଗ୍ରାମ ଆମ୍ବେଦକର ନଗର ପଡାର ୪୧ ବର୍ଷୀୟ ତରଣୀ ସୁନା ଭାଗ ନେଇ ଆମ ଅଂଚଳ ପାଇଁ ସୁନାମ ଆଣିଛନ୍ତି I ପୂର୍ବରୁ ସେ ହୁଇଲ ଚେୟାର କ୍ରିକେଟ ଆସୋସିଏସନ, ଭୁବନେଶ୍ୱର ପକ୍ଷରୁ ଭଦ୍ରକ ଠାରେ ଜାତୀୟ ଉତ୍କଳ ଟ୍ରଫି ହୁଇଲ ଚେୟାର କ୍ରିକେଟ ରେ ଅଂଶ ଗ୍ରହଣ କରିଥିଲେ I ଆଜି ତା.୦୪.୦୨.୨୦୧୫ ସକାଳ ୭ ଟା ସମୟରେ ବରଗଡ଼ ରେଳ ଷ୍ଟେସନରେ ଏଚିଭର୍ସ ହେଲପିଙ୍ଗ ଫାଉଣ୍ଡେସନ,ବରଗଡ଼ ର ସଭାପତି ସମାଜସେବୀ ଶ୍ରୀ ଦିବାକର ମାଝୀ, ଓଡ଼ିଶା ଜନତା ସଂଘର୍ଷ ସମିତି ସ୍ୱେଚ୍ଛାସେବୀ ଜନକଲ୍ୟାଣ ସଂଗଠନ ର ସଭାପତି ତଥା ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଅନ୍ତର୍ଗତ ବଧିର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ସାହୁ, ଝାରସୁଗୁଡା ଜ଼ିଲ୍ଲା କ୍ରୀଡା ଅଧିକାରୀ ତୁଷାର କାନ୍ତି ମିଶ୍ର ଓ ପୂର୍ବତନ ବ୍ଲକ ଚେୟାରମେନ ଶ୍ରୀବତ୍ସ ଛତର ତାଙ୍କୁ ଉତ୍ତକର୍ଷିତ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ଶୁଭ ଆଶୀର୍ବାଦ ପ୍ରଦାନ କରିଥିଲେ I ଶ୍ରୀ ସୁନା ଆମ ଜ଼ିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିବା ସହ ସଫଳତା ପାଆନ୍ତୁ ବୋଲି ବୁଦ୍ଧିଜୀବୀ ଗଣ ମା ସମଲେଶ୍ୱରୀ ଙ୍କ ଠାରେ କାମନା କରିଛନ୍ତି I ପ୍ରକାଶ ଥାଉ କି, ଶ୍ରୀ ତରଣୀ ସୁନା ଜଣେ ଶାରୀରିକ ଦିବ୍ୟାଙ୍ଗ ବର୍ଗର ଶିକ୍ଷିତ ଯୁବକ ସେ ଏକା ଧାରରେ ଜଣେ ସୁଫଳ କ୍ରୀଡାବିତ, ପାରା ସୂଇମର ଓ ହୁଇଲ ଚେୟାର କ୍ରିକେଟ ଖେଳାଳି I
Tags
BARGARH NEWS