ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ କେଶରୀ ପାଲି, ଭେଡେନ ରେ ରକ୍ତ ଦାନ ଶିବିର ୩୦ୟୁନିଟ ରକ୍ତ ସଂଗୃହୀତ
ତା-୨୨-୦୧-୨୦୨୫ରିଖ (ବୁଧବାର)
ବରଗଡ଼ ଜିଲ୍ଳା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ପଞ୍ଚାୟତ ର କେଶରୀ ପାଲି ମହାନଦୀ ଫିଲିଂ ଷ୍ଟେସନ ଠାରେ
ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ବାଇଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ମହୁଲ ପାଲି ସରପଞ୍ଚ ଶ୍ରୀ ବିଜୟ କର୍ମୀ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ଉମେଶ ପ୍ରଧାନ ମିଶି ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୦ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ରେ ରକ୍ତ ଦାନ ପ୍ରତି ଲୋକେ ସେତେଟା ସଚେତନ ନ ଥାଆନ୍ତି ତଥାପି ପ୍ରଥମ ଥର ଅନେକ ଯୁବକ ଆସି ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ।ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଛୁ ଓ ଉମେଶ ପ୍ରଧାନ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।
Tags
Nistha Pariwar News