ନୈତିକ ମୂଲ୍ୟବୋଧ ସିଖାଏ ସଂସ୍କୃତ
ପାଇକମାଲ ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ରେ ମତ ପ୍ରକାଶ
ପାଇକମାଳ, ୧୪।୯ ବରଗଡ଼ ଜିଲ୍ଲା ପାଇକମାଳ ଠାରେ ସ୍ଥାନୀୟ ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ଠାରେ ଶନିବାର ପାଇକମାଳ ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ମହା ସମାରୋହ ରେ ଅନୁଷ୍ଟିତ ହୋଇ ଯାଇଛି । ବ୍ଲକ ସଭାପତି ରମାଇ ଚରଣ ଦାସ ଙ୍କ ଅଧ୍ୟକ୍ଷତା ଓ ପଣ୍ଡିତ ଦୟାସାଗର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଉତ୍ସବ କୁ ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରି ସଂସ୍କୃତ ଭାଷା କୁ ଚରିତ୍ର ନିର୍ମାଣ ର ଭାଷା ବୋଲି ଉଲ୍ଲେଖ କରି ମାନବ ର ନୈତିକ ମୂଲ୍ୟବୋଧ ବୃଦ୍ଧି ରେ ସହାୟକ ହୁଏ ବୋଲି କହିଥିଲେ । ସମ୍ମାନିତ ବକ୍ତା ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ର ଯୁଗ୍ମ ସଂପାଦକ ପଣ୍ଡିତ ଗୋପବନ୍ଧୁ ପୁରୋହିତ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟ କୁମାର ସାହୁ ଗୁରୁକୁଳ ର ଅଧ୍ୟକ୍ଷ ପଣ୍ଡିତ ଅନନ୍ତ ଶାସ୍ତ୍ରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ଯୋଗ ଦେଇ ସଂସ୍କୃତ ଭାଷା ର ମହନୀୟତା ଉପସ୍ଥାପନ କରି ସଂସ୍କୃତ ଭାଷା ଭାରତ ର କଥିତ ଭାଷା ଥିଲା ବୋଲି ଉଲ୍ଲେଖ କରିଥିଲେ । ସଂଘ ର ସମ୍ପାଦକ ଅଶ୍ଵିନୀ କୁମାର ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ସଂସ୍କୃତ ଶିକ୍ଷକ ସଂଘ ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସର ରେ ଅନୁଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପଣ୍ଡିତ ଲିଙ୍ଗରାଜ ସାହୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ସଂସ୍କୃତ ନାଟିକା" ପିତୃ ଦେବୋ ଭବ " ଚିତ୍ତାକର୍ଷକ ହୋଇଥିଲା ।କାର୍ଯ୍ୟକ୍ରମ ପରିଚାଳନା ରେ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଲୋହିତ ସାହା ଧନ୍ୟବାଦ ଦେଇଥିଲେ ।
Tags
BARGARH NEWS