ପୁସ୍ତକ ମେଳା ନିମନ୍ତେ ଗାନ୍ଧୀ ସ୍ମୃତି ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ ।
************************************
ବରଗଡ : ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଚଳିତ ବର୍ଷ ନଭେମ୍ବର ମାସ ୨୦ ତାରିଖ ରୁ ପ୍ରତ୍ୟେକ ବର୍ଷ ଭଳି ପୁସ୍ତକ ମେଳା ଅନୁଷ୍ଠିତ ହେବ । ଏହି ପୁସ୍ତକ ମେଳା ୨୦୨୪ ରେ ଗାନ୍ଧୀ ସ୍ମୁତି ପାଠାଗାର ତରଫରୁ ନିମ୍ନ ରେ ଦିଆଯାଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି | ପ୍ରତ୍ୟେକ ଗୋଷ୍ଠୀ ପାଇଁ ସ୍କୁଲ / କଲେଜ ଗୁଡିକ ସର୍ବାଧିକ ତିନି ଜଣ ଛାତ୍ର ଛାତ୍ରୀ ପଠାଇବାକୁ ପାଠାଗାର ପକ୍ଷରୁ ଅନୁରୋଧ କରାଯାଇଛି । ଏଥିରେ ଆସନ୍ତା ୨୧/୦୯/୨୦୨୪ ସକାଳ ଘ ୯.୩୦ମି ରୁ ଅପରାହ୍ନ ଘ ୨.୩୦ ମି ଯାଏ ଗାନ୍ଧୀ ସ୍ମୃତି ପାଠାଗାର ଠାରେ ଉଭୟ ଜୁନିଅର ଓ ସିନିଅର ବିଭାଗ ର ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ବକ୍ତୃତା ପ୍ରତିଯୋଗିତା ପାଇଁ ଗ୍ରୁପ (କ) ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଭାଗ ନେଇ ପାରିବେ ଏବଂ ଏମାନଙ୍କ ପାଇଁ ବକ୍ତୃତା ର ବିଷୟ ରହିଛି " କୃଷି ଏକ ଶ୍ରେଷ୍ଠ ବୃତ୍ତି" । ସେହିପରି ଗ୍ରୁପ (ଖ)ରେ ଯେଉଁଥିରେ କେବଳ ମହାବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ଭାଗ ନେଇ ପାରିବେ ,ତାଙ୍କ ପାଇଁ ବିଷୟ ରହିଛି " କୃତ୍ରିମ ବୁଦ୍ଧିମତା ଏକମାତ୍ର ବିକଳ୍ପ " । ସେହିପରି ଆସନ୍ତା ୨୨/୦୯/୨୦୨୪ ତାରିଖ ଦିନ ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଠାରେ ସକାଳ ଘ ୯.୦୦ ମି ରୁ ଘ୧୦.୩୦ ମି ଯାଏ ଚିତ୍ରାଙ୍କନ ପ୍ରତିଯୋଗିତା ରହିଛି । ଏଥିରେ ଗ୍ରୁପ (କ)- ରେ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ ରହିବେ (ମହମ ରଙ୍ଗ / ପେନ୍ସିଲ୍ ରଙ୍ଗ) ବ୍ୟବହାର କରିବେ । ଏଥିରେ ଚିତ୍ର ଆଙ୍କିବାକୁ ରହିଛି "ଫୁଲଗୁଛ ସହିତ ଫୁଲଦାନି "। ଗ୍ରୁପ(ଖ) ରେ ଚତୁର୍ଥ ଶ୍ରେଣୀ ରୁ ଷଷ୍ଠ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ ରହିବେ ଓ (ଜଳ ରଙ୍ଗ) ବା ୱାଟର କଲର ବ୍ୟବହାର କରିବେ । ଏଥିରେ ଚିତ୍ର ଆଙ୍କିବାକୁ ରହିଛି "ବର୍ଷା ଦିନର ଦୃଶ୍ୟ" । ସେହିପରି (ଗ) ବିଭାଗ ରେ ଶ୍ରେଣୀ ଅଷ୍ଟମ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ରହିବେ ଓ ଜଳ ରଙ୍ଗ ବା ୱାଟର କଲର ବ୍ୟବହାର କରିବେ ଏବଂ ତାଙ୍କ ର ଚିତ୍ର ଆଙ୍କିବାକୁ ରହିଛି "ଧନୁଯାତ୍ରା ର ଏକ ଦୃଶ୍ୟ" ।
ସେହି ୨୨/୦୯/୨୦୨୪ ଦିନ ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଠାରେ ସକାଳ ଘ୧୦.୪୦ ମି ରୁ ଘ୧୧.୪୦ମି ଯାଏ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରହିଛି । ପ୍ରବନ୍ଧ ଲିଖନ ବିଭାଗ ରେ ଗ୍ରୁପ (କ)ରେ ରହିଛନ୍ତି ଅଷ୍ଟମ ଶ୍ରେଣୀ ରୁ ଦଶମ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ, ସେମାନଙ୍କ ପାଇଁ ପ୍ରବନ୍ଧ ଲେଖିବାକୁ ରହିଛି "ରାଷ୍ଟ୍ର ଗଠନ ରେ ଛାତ୍ର ର ଭୂମିକା" । ସେହିପରି (ଖ) ବିଭାଗ ଯେଉଁଥିରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭାଗ ନେବେ ,ସେମାନଙ୍କ ପାଇଁ ପ୍ରବନ୍ଧ ଲିଖନ ରେ ରହିଛି " ରାଜନୀତି ରେ ସଂସ୍କାର ଆଜିର ପ୍ରାଥମିକତା" । ସେହି ୨୨/୦୯/୨୦୨୪ ଦିନ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଠାରେ ସକାଳ ଘ୧୧.୪୫ମି ରୁ ଘ୧୨.୩୦ମି ପର୍ଯ୍ୟନ୍ତ ସାଧାରଣ ଜ୍ଞାନ ପ୍ରତିଯୋଗିତା ରହିଛି।ଏଥିରେ ଗ୍ରୁପ (କ) ରେ ସପ୍ତମ ଶ୍ରେଣୀ ରୁ ଦଶମ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ ମାନେ ଓ ଗ୍ରୁପ (ଖ) ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇପାରିବେ ଓ ଉଭୟ ଙ୍କ ପାଇଁ " ସ୍ଵାଧୀନତା ପାଇଁ ଭାରତୀୟ ସଂଗ୍ରାମ " ଉପରେ ଆଧାରିତ ପ୍ରଶ୍ନ ରହିବ । ଏହି ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇ ସଫଳତା ପାଇଥିବା ସଫଳ ଅଂଶଗ୍ରହଣକାରୀ ମାନଙ୍କୁ ବରଗଡ ପୁସ୍ତକମେଳା - ୨୦୨୪ ସମୟରେ ନଗଦ ପୁରସ୍କାର, ସ୍ମାରକୀ ଏବଂ ପ୍ରମାଣପତ୍ର ସହିତ ପୁରସ୍କୃତ କରାଯିବ ବୋଲି ପାଠାଗାର ର ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା (୯୪୩୯୨୨୩୦୮୪) ଜଣାଇଛନ୍ତି ।
Tags
BARGARH NEWS